Odia Grammar

Odia MCQ Test (30 Questions)

Odia MCQ Test (30 Questions)

1. ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁଥିଲେ ତାକୁ କ'ଣ କୁହାଯାଏ ?
a. କାବ୍ୟ
b. ବାକ୍ୟ
c. ପଦ
d. କ୍ରିୟା
2. ବାକ୍ୟରେ ବ୍ୟବହୃତ ପଦମାନଙ୍କର ପାରସ୍ପରିକ ସମ୍ୱନ୍ଧକୁ କ'ଣ କୁହାଯାଏ ?
a. ଯୋଗ୍ୟତା
b. ଆସତ୍ତି
c. ବିଭକ୍ତି
d. କାରକ
3. ବାକ୍ୟରେ ବ୍ୟବହୃତ ଗୋଟିଏ ପଦ ଅର୍ଥବୋଧ ପାଇଁ ଅନ୍ୟ ପଦଗୁଡିକ ଉପରେ କରୁଥିବା ଅପେକ୍ଷାକୁ କ'ଣ କୁହାଯାଏ ?
a. ବିଭକ୍ତି
b. କାରକ
c. ଆକାଙ୍କକ୍ଷା
d. କର୍ତ୍ତା
4. ବାକ୍ୟରେ ବ୍ୟବହୃତ ଉପଯୁକ୍ତ ପଦବିନ୍ୟାସକୁ କ'ଣ କୁହାଯାଏ ?
a. ଯୋଗ୍ୟତା
b. ଆସତ୍ତି
c. ବିଭକ୍ତି
d. କାରକ
5. କୌଣସି ବାକ୍ୟ ବାକ୍ୟସମୁଦାୟର ଏକ ଅଂଶ ବାକ୍ୟ ହୋଇଥାଏ,ତାକୁ କ'ଣ କୁହାଯାଏ ?
a. ସମୁଦାୟ ବାକ୍ୟ
b. ବିଶେଷ୍ୟ ବାକ୍ୟ
c. ବିଶେଷଣ ବାକ୍ୟ
d. ଉପବାକ୍ୟ
6. ଶବ୍ଦ ଯେଉଁଥିରୁ ଗଢାହୁଏ , ବ୍ୟାକରଣରେ ତାକୁ କ’ଣ କୁହାଯାଏ ?
a. ଧ୍ବନି
b. ମାତ୍ରା
c. ପ୍ରକୃତି
d. ଧାତୁ
7. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ ଅଭିଜ୍ଞ' ଶବ୍ଦର ବିପରୀତ ଶବ୍ଦ ?
a. ବିଜ୍ଞ
b. ଅବିଜ୍ଞ
c. ସୁବିଜ୍ଞ
d. ଅନଭିଜ୍ଞ
8. ନିମ୍ନଲିଖିତ ଶବ୍ଦ ମଧ୍ୟରୁ ଭିନ୍ନଧର୍ମୀ ଶବ୍ଦକୁ ଚିହ୍ନଟ କର |
a. ପଗଡି
b. ବର୍ଣ୍ଣ
c. ଜାତି
d. ଅକ୍ଷର
9. ଆମ ଦେଶରେ ଅନେକ ଲୋକ କୁଲି ଖଟନ୍ତି | ରେଖାଙ୍କିତ ଶବ୍ଦଟି କେଉଁ ପ୍ରକାର ଶବ୍ଦ ଅଟେ ?
a. ଆରବୀ
b. ପାର୍ସୀ
c. ପର୍ତ୍ତୁଗୀଜ
d. ତୁର୍କୀ
10. ‘ ମର୍ ‘ ଧାତୁର ସଂସ୍କୃତ ଧାତୁ କଣ ହେବ ?
a. ମୃ
b. ମ୍ର
c. ମର
d. ମୃତ୍
11. ଶ୍ରୁ + ଅନ = ?
a. ଶ୍ରାବଣ
b. ଶର୍ବଣ
c. ଶ୍ରର୍ବଣ
d. ଶ୍ରବଣ
12. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ ବଜ୍ର ' ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ ?
a. ରୁଚିର
b. ଅଟବୀ
c. ସ୍ଥିର
d. କୁଳିଶ
13. ‘ଆଲୋକ' – ଏହା କି ପ୍ରକାର ବିଶେଷ୍ୟ ଉଲ୍ଲେଖ କର |
a. ଅଗଣନୀୟ
b. ବସ୍ତୁ ବାଚକ
c. ନାମ ବାଚକ
d. ମନୋଗ୍ରାହ୍ୟ
14. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ ମୟୁର ' ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ ନୁହେଁ ?
a. କରୀ
b. କଳାପୀ
c. କେକୀ
d. ଶିଖୀ
15. ନିମ୍ନଲିଖିତ ଶବ୍ଦ ମଧ୍ୟରୁ କେଉଁଟି ବସ୍ତୁ ବାଚକ ବିଶେଷ୍ୟ ନୁହେଁ ?
a. ଶାନ୍ତି
b. ପଥର
c. ରକ୍ତ
d. ଲୁହ
16. ସମ୍ବନ୍ଧ ପଦ କେତେବେଳେ ବିଭକ୍ତି ଯୁକ୍ତ ହୁଏ ?
a. ବାକ୍ୟରେ ବିଭିନ୍ନ ବ୍ୟକ୍ତିଙ୍କର ସମ୍ବନ୍ଧ ବୁଝାଇବା
b. ବାକ୍ୟରେ ଲୋକଙ୍କୁ ନ ବୁଝାଇବା
c. ବିଭିନ୍ନ ବ୍ୟକ୍ତିଙ୍କର ସମ୍ବନ୍ଧ କୁ ନ ଦେଖିବା
d. କେଉଁଟି ନୁହେଁ
17. ବାକ୍ୟରେ ‘ ନାହିଁ ’ ସଂଯୁକ୍ତ କ୍ରିୟାପଦ କେଉଁଠାରେ ବସେ ?
a. କ୍ରିୟାପଦ ପୂର୍ବରୁ
b. କ୍ରିୟାପଦ ମଧ୍ୟରେ
c. କ୍ରିୟାପଦ ପରେ
d. କେଉଁଟି ନୁହେଁ
18. କିଏ ପ୍ରଥମ ହେବ , ତାହା ଜଣା ନାହିଁ – ରେଖାଙ୍କିତ ପଦଗୁଡ଼ିକୁ କଣ କୁହାଯାଏ ?
a. ଅସତ୍ତି
b. କାବ୍ୟ
c. ବାକ୍ୟାଂଶ
d. ଉପମା
19. ଗୌତମ ତପସିଦ୍ଧ ହୋଇ ବୁଦ୍ଧତ୍ବ ପ୍ରାପ୍ତ ହେଲେ । – ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ?
a. ଯୌଗିକ
b. ସରଳ
c. ଜଟିଳ
d. କେଉଁଟି ନୁହେଁ
20. ଉଭୟ ଏ ମିଶି ଛବି ଓ ବନ୍ଦନା ଆଙ୍କିଛନ୍ତି ଚନ୍ଦନା । – ଏକ ସାର୍ଥକ ବାକ୍ୟ ପାଇଁ ଏଥିରେ କେଉଁ ଉପାଦାନର ଅଭାବ ରହିଛି ?
a. ବାକ୍ୟାଂଶର
b. ଉପମାର
c. କ୍ରିୟାର
d. ଆସତ୍ତିର
21. ଗଛଟି ପାଣିରେ ପୋଡ଼ିଗଲା-ଏହା କ'ଣ ପାଇଁ ଏକ ବାକ୍ୟ ନୁହେଁ ?
a. ଆସତ୍ତିର ଅଭାବରୁ
b. ଯୋଗ୍ୟତାର ଅଭାବରୁ
c. ଉପମାର ଅଭାବରୁ
d. କ୍ରିୟାର ଅଭାବରୁ
22. ମୋତେ ଶକ୍ତି ଦିଅ ପ୍ରଭୁ ! – ଏହି ବାକ୍ୟରେ ସଂବୋଧନ ପଦ କିଏ ?
a. ମୋତେ
b. ଶକ୍ତି
c. ପ୍ରଭୁ
d. ଦିଅ
23. ମୁଁ ହାତରେ ଭାତ ଖାଉଛି ।- ଏହି ବାକ୍ୟରେ ଗୌଣ କର୍ମକୁ ଚିହ୍ନାଅ ।
a. ମୁଁ
b. ଭାତ
c. ଖାଉଛି
d. ହାତରେ
24. ଚତୁର ଲୋକ ସବୁଠାରେ ଜିତାପଟ ନିଅନ୍ତି । - ଏହି ବାକ୍ୟର ବିଶେଷଣ ପଦ ଚିହ୍ନାଅ ?
a. ଚତୁର
b. ଲୋକ
c. ନିଅନ୍ତି
d. ସବୁଠାରେ
25. ମନୋଜ ଶ୍ରେଣୀରେ ବସିଲା , ମାତ୍ର ପାଠ ପଢିଲା ନାହିଁ । - ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟର ଉଦାହରଣ ଦିଅ ?
a. ଯୌଗିକ ବାକ୍ୟର
b. ଜଟିଳ ବାକ୍ୟର
c. ସରଳ ବାକ୍ୟର
d. କୌଣସି ନୁହେଁ
26. କୌଣସି ବାକ୍ୟରେ ଅନୁରୋଧ ବା ଆଦେଶ ସୂଚକ ଥିଲେ, ତାହାକୁ କ'ଣ କୁହାଯାଏ ?
a. ଆଦେଶ ସୂଚକ ବାକ୍ୟ
b. ନାସ୍ତିବାଚକ ବାକ୍ୟ
c. କ୍ରିୟାବାଚକ ବାକ୍ୟ
d. କେଉଁଟି ନୁହେଁ
27. ଯେଉଁ ବାକ୍ୟ ନାସ୍ତିର ସୂଚନା ପ୍ରଦାନ କରିଥିବା ବାକ୍ୟକୁ କ'ଣ କୁହାଯାଏ ?
a. ଆଦେଶ ସୂଚକ ବାକ୍ୟ
b. ନାସ୍ତିବାଚକ ବାକ୍ୟ
c. କ୍ରିୟାବାଚକ ବାକ୍ୟ
d. କେଉଁଟି ନୁହେଁ
28. ଆଜି କି ଟାଣ ଖରା ! – ଭାବ ଦୃଷ୍ଟିରୁ ଏହି ବାକ୍ୟ କି ପ୍ରକାରର ଅଟେ ?
a. କ୍ରିୟା ସୂଚକ
b. ଜଟିଳ ବାକ୍ୟ
c. ବିସ୍ମୟ ସୂଚକ
d. ଅବ୍ୟୟ ସୂଚକ
29. ସାହିତ୍ୟ ବିଷୟରେ ଯେ ଜାଣେ ତାକୁ କ'ଣ କୁହାଯାଏ ?
a. ବୈଜ୍ଞାନିକ
b. ଐତିହାସିକ
c. ବିଶେଷଜ୍ଞ
d. କାଳ୍ପନିକ
30. ମୋ କଥା ରବିକୁ ଅଜଣା ନାହିଁ ।- ଭାବ ଦୃଷ୍ଟିରୁ ଏହା କି ବାକ୍ୟ ଅଟେ ?
a. ଆଦେଶ ସୂଚକ ବାକ୍ୟ
b. ନାସ୍ତିବାଚକ ବାକ୍ୟ
c. କ୍ରିୟା ବାଚକ ବାକ୍ୟ
d. କେଉଁଟି ନୁହେଁ

0/Post a Comment/Comments